ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ | ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ
ଭାଇଭଉଣୀଙ୍କ ସାହାଯ୍ୟ ନିଅନ୍ତୁ
ଯିହୋବା ଆମକୁ ସାହାଯ୍ୟ କରିବା ପାଇଁ ‘ସାରା ଜଗତରେ’ ଭାଇଭଉଣୀମାନଙ୍କୁ ଦେଇଛନ୍ତି । (୧ପିତ ୫:୯) ସେମାନେ ପ୍ରଚାରରେ ଆସୁଥିବା ସମସ୍ୟା ଓ ବାଧାଗୁଡ଼ିକୁ ପାର କରିବାରେ ଆମକୁ ସାହାଯ୍ୟ କରିପାରିବେ । ପାଉଲଙ୍କୁ ମଧ୍ୟ ଆକ୍ୱିଲା, ପ୍ରୀସ୍କିଲ୍ଲା, ଶୀଲା ଓ ତୀମଥିଙ୍କ ଭଳି ଭାଇଭଉଣୀମାନଙ୍କଠାରୁ ସାହାଯ୍ୟ ମିଳିଥିଲା ।—ପ୍ରେରି ୧୮:୧-୫.
ଭାଇଭଉଣୀ ଆପଣଙ୍କୁ ଭଲ ପରାମର୍ଶ ଦେଇପାରିବେ ଯେ ଆପଣ କଥାବାର୍ତ୍ତାରେ ଆସୁଥିବା ବାଧାକୁ କିପରି ପାର କରିପାରିବେ, ପୁନଃସାକ୍ଷାତ କିପରି କରିପାରିବେ, ବାଇବଲ ଅଧ୍ୟୟନ କିପରି ଆରମ୍ଭ କରିପାରିବେ ଏବଂ ତାକୁ ଜାରି ରଖିପାରିବେ । (୧କରି ୩:୬) ଯଦି ଆପଣଙ୍କୁ ପ୍ରଚାରର କୌଣସି ମାମଲାରେ ସାହାଯ୍ୟ ଦରକାର, ତାହେଲେ ଭାବନ୍ତୁ ଯେ ଆପଣଙ୍କ ମଣ୍ଡଳୀର କେଉଁ ଭାଇ କିମ୍ବା ଭଉଣୀ ଆପଣଙ୍କୁ ସାହାଯ୍ୟ କରିପାରିବେ । ତାʼପରେ ତାଙ୍କୁ ସାହାଯ୍ୟ ମାଗନ୍ତୁ । ଏଥିରୁ ଆପଣ ଦୁହିଁଙ୍କୁ ଲାଭ ଏବଂ ଖୁସି ମିଳିବ ।—ହିତୋ ୨୭:୧୭; ଫିଲିପ୍ ୧:୨୫.
ଶିଷ୍ୟ କରିବା କାମରୁ ଖୁସି ପାଆନ୍ତୁ—ଯିହୋବାଙ୍କ ସାହାଯ୍ୟ ନିଅନ୍ତୁ—ଆମ ଭାଇଭଉଣୀ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ନୀତା ନମ୍ରତାଙ୍କୁ ସଭାରେ ଆସିବାର ପ୍ରୋତ୍ସାହନ ଦେବା ପାଇଁ କʼଣ କଲେ ?
-
ଆମେ ଭାଇଭଉଣୀମାନଙ୍କୁ ବାଇବଲ ଅଧ୍ୟୟନରେ କାହିଁକି ନେବା ଉଚିତ୍ ?
-
ନମ୍ରତା ଓ ଅବିଗେଲ ଦୁହିଁଙ୍କୁ କେଉଁ କଥାରେ ଆଗ୍ରହ ଥିଲା ?
-
ଭାଇଭଉଣୀଙ୍କଠାରୁ ଆପଣ ପ୍ରଚାରର କେଉଁ କେଉଁ ଦକ୍ଷତା ଶିଖିପାରିବେ ?