इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୨ କରିନ୍ଥୀୟ ୭-୧୦

ଆମ ରିଲିଫ ସେବା

ଆମ ରିଲିଫ ସେବା

୮:୧-୪; ୯:୭

ଖ୍ରୀଷ୍ଟିୟାନମାନଙ୍କ ସେବାର ଦୁଇଟି ଦିଗ ଅଛି। ଗୋଟିଏ ହେଉଛି, ‘ସମ୍ମିଳନର ସେବା’ ଅର୍ଥାତ୍‌ ପ୍ରଚାର କରିବା ଓ ଶିଖାଇବା। ଅନ୍ୟଟି ହେଉଛି, ସମସ୍ୟା ସମୟରେ ଭାଇଭଉଣୀମାନଙ୍କ “ସେବା” କରିବା, ଯେଉଁଥିରେ ରିଲିଫ ସେବା ମଧ୍ୟ ସାମିଲ୍‌। (୨କରି ୫:୧୮-୨୦; ୮:୪) ଅଭାବରେ ଥିବା ଭାଇଭଉଣୀମାନଙ୍କୁ ଆମେ ସାହାଯ୍ୟ କରିବା ଅତି ଜରୁରୀ, କାରଣ ଏହା ମଧ୍ୟ ପବିତ୍ର ସେବା ଅଟେ। ରିଲିଫ ସେବା ଯୋଗୁଁ

  • ଭାଇଭଉଣୀମାନଙ୍କ ଅଭାବ ପୂରଣ ହୋଇପାରିଥାଏ ।—୨କରି ୯:୧୨କ

  • ସେମାନେ ଉପାସନା ସହ ଜଡ଼ିତ କାମଗୁଡ଼ିକୁ ପୁଣି ଆରମ୍ଭ କରିପାରନ୍ତି, ଯେପରି ପ୍ରଚାର ଓ ଅନ୍ୟାନ୍ୟ କାମ। ଆଉ, ଏପରି କରିବା ସମୟରେ ସେମାନେ ଯିହୋବାଙ୍କୁ ଧନ୍ୟବାଦ ଦେଇଥାʼନ୍ତି।—୨କରି ୯:୧୨ଖ

  • ଯିହୋବାଙ୍କ ମହିମା ହୋଇଥାଏ । (୨କରି ୯:୧୩) ଏହି ସେବାରୁ ସମସ୍ତଙ୍କୁ ବଢ଼ିଆ ସାକ୍ଷ୍ୟ ମିଳେ । ଏଥିରୁ ଏପରି ଲୋକମାନଙ୍କୁ ମଧ୍ୟ ସାକ୍ଷ୍ୟ ମିଳେ, ଯେଉଁମାନେ ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ଭୁଲ୍‌ ଧାରଣା ରଖିଥାʼନ୍ତି