ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
କʼଣ ଆପଣ ବାଇବଲର ଅଡିଓ ରେକଡିଙ୍ଗ୍ ଶୁଣନ୍ତି ?
ନୂତନ ଜଗତ ଅନୁବାଦ ବାଇବଲର ଅଡିଓ ରେକଡିଙ୍ଗ୍ ଆମ ୱେବସାଇଟ୍ରେ ଏବଂ JW ଲାଇବ୍ରେରୀ ଆପ୍ରେ ପାଇପାରିବା । ବାଇବଲର କୌଣସି ବହିର ରେକଡିଙ୍ଗ୍ ସରିବା ମାତ୍ରେ ତାହା ଉପଲବ୍ଧ କରାଇ ଦିଆଯାଏ । ଏହି ରେକଡିଙ୍ଗ୍ର ଗୋଟିଏ ବିଶେଷ କଥା ରହିଛି ଯେ ଯେବେ ବି ସମ୍ଭବ ହୁଏ, ବାଇବଲରେ ଦିଆଯାଇଥିବା ଅଲଗା ଅଲଗା ଲୋକମାନଙ୍କ ପାଇଁ ଅଲଗା ଅଲଗା ଭାଇଭଉଣୀଙ୍କ ଆବାଜ୍ ନିଆଯାଇଛି । ଏଥିରେ ଠିକ୍ ଶବ୍ଦଗୁଡ଼ିକ ଉପରେ ଜୋର୍ ଦିଆଯାଇଛି ଏବଂ ସଠିକ୍ ଭାବନା ସହିତ ପଢ଼ାଯାଇଛି । ଏହି କାରଣ ଯୋଗୁଁ ବାଇବଲରେ ଦିଆଯାଇଥିବା ସନ୍ଦେଶକୁ ଆମେ ଠିକ୍ ଭାବରେ ବୁଝିପାରୁ ।
ବାଇବଲର ଅଡିଓ ରେକଡିଙ୍ଗ୍ରୁ କିଛି ଲୋକଙ୍କୁ କʼଣ ଲାଭ ହେଉଛି ? ଅନେକ ଲୋକ ନିୟମିତ ଭାବେ ବାଇବଲର ଅଡିଓ ରେକଡିଙ୍ଗ୍ ଶୁଣିବା ବହୁତ ପସନ୍ଦ କରନ୍ତି, କାରଣ ଏପରି କରି ସେମାନଙ୍କ ପଠନ ଜୀବନ୍ତ ହୋଇଯାଏ । ଯେବେ ସେମାନେ ବାଇବଲରେ ଦିଆଯାଇଥିବା ଅଲଗା ଅଲଗା ଲୋକମାନଙ୍କ ଆବାଜ୍ ଶୁଣନ୍ତି, ତେବେ ସେମାନେ ବାଇବଲରେ ଦିଆଯାଇଥିବା ଘଟଣାଗୁଡ଼ିକୁ ଆହୁରି ଭଲଭାବେ କଳ୍ପନା କରିପାରନ୍ତି । ଏପରି ଭାବେ ସେମାନେ ବାଇବଲର କଥାଗୁଡ଼ିକୁ ଆହୁରି ଭଲଭାବେ ବୁଝିପାରନ୍ତି । (ହିତୋ ୪:୫) ଅନେକ ଲୋକଙ୍କୁ ଏହା ବି ଅନୁଭବ ହୋଇଛି ଯେ ଯେବେ ସେମାନେ କୌଣସି ଚିନ୍ତାରେ ଥାʼନ୍ତି, ତେବେ ବାଇବଲର ଅଡିଓ ରେକଡିଙ୍ଗ୍ ଶୁଣି ସେମାନଙ୍କୁ ସାନ୍ତ୍ୱନା ମିଳେ ।—ଗୀତ ୯୪:୧୯.
ଯେବେ ଈଶ୍ୱରଙ୍କ ବାକ୍ୟ ବାଇବଲରେ ଲେଖାଥିବା କଥାଗୁଡ଼ିକୁ ଜୋର୍ରେ ପଢ଼ିକି ଶୁଣାଇ ଦିଆଯାଏ, ତେବେ ଏହାର ଆମ ଜୀବନ ଉପରେ ଗଭୀର ପ୍ରଭାବ ପଡ଼ିପାରେ । (୨ବଂଶା ୩୪:୧୯-୨୧) ଯଦି ଆପଣଙ୍କ ଭାଷାରେ ପୂରା ବାଇବଲ କିମ୍ବା ତାʼର କିଛି ବହିଗୁଡ଼ିକର ରେକଡିଙ୍ଗ୍ ଉପଲବ୍ଧ ଅଛି, ତେବେ କʼଣ ଆପଣ ବାଇବଲ ଅଡିଓ ରେକଡିଙ୍ଗ୍କୁ ନିୟମିତ ଭାବେ ଶୁଣିବାର ଲକ୍ଷ୍ୟ ରଖିପାରିବେ ?
ଅଡିଓ ବାଇବଲର ରେକଡିଙ୍ଗ୍—ଏକ ଝଲକ ଭିଡିଓ ଦେଖନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଦିଅନ୍ତୁ:
ବାଇବଲର ଅଡିଓ ରେକଡିଙ୍ଗ୍ ଯେପରି ଭାବେ କରାଗଲା, ସେଥିରୁ କେଉଁ କଥା ଆପଣଙ୍କୁ ଭଲ ଲାଗିଲା ?