ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯେଉଁମାନେ ବିଶ୍ୱସ୍ତ ରହନ୍ତି ନାହିଁ, ସେମାନଙ୍କ ଭଳି ହୁଅନ୍ତୁ ନାହିଁ
କୋରହ, ଦାଥନ ଓ ଅବୀରାମ ଉପାସନା ପାଇଁ କରାଯାଇଥିବା ବ୍ୟବସ୍ଥାର ବିରୁଦ୍ଧରେ କାମ କଲେ । ସେମାନେ ଯିହୋବାଙ୍କ ବିଶ୍ୱସ୍ତ ରହିଲେ ନାହିଁ । ଯିହୋବା ସେହି ତିନି ଜଣଙ୍କୁ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ସମସ୍ତ ଲୋକମାନଙ୍କୁ ବିନାଶ କରିଦେଲେ । (ଗଣ ୧୬:୨୬, ୨୭, ୩୧-୩୩) ଭାବନ୍ତୁ ଯେ କେଉଁ କେଉଁ ପରିସ୍ଥିତିରେ ଆପଣଙ୍କ ବିଶ୍ୱସ୍ତତାର ପରୀକ୍ଷା ହୋଇପାରେ । ଯଦି ଆମେ ବାଇବଲରେ କୁହାଯାଇଥିବା ଏପରି କିଛି ଲୋକମାନଙ୍କ ଉଦାହରଣକୁ ମନେ ପକାଇବା ଯେଉଁମାନେ ବିଶ୍ୱସ୍ତ ରହିଲେ ନାହିଁ, ତେବେ ଆମେ ସେମାନଙ୍କ ଭଳି ଭୁଲ କରିବା ନାହିଁ ।
ଯେଉଁମାନେ ବିଶ୍ୱସ୍ତ ରହନ୍ତି ନାହିଁ, ସେମାନଙ୍କ ଭଳି ହୁଅନ୍ତୁ ନାହିଁ ନାମକ ଭିଡିଓ ଦେଖନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ନାଡିଆଙ୍କ ବିଶ୍ୱସ୍ତତାର କିପରି ପରୀକ୍ଷା ହେଲା ? କାହାର ମନ୍ଦ ଉଦାହରଣକୁ ମନେ ପକାଇବା ଦ୍ୱାରା ସେ ବିଶ୍ୱସ୍ତ ରହିପାରିଲେ ?
-
ଜଣେ ଭାଇ ଯେତେବେଳେ ନିରାଶ ହୋଇଗଲେ, ତାଙ୍କ ବିଶ୍ୱସ୍ତତାର କିପରି ପରୀକ୍ଷା ହେଲା ? କାହାର ମନ୍ଦ ଉଦାହରଣକୁ ମନେ ପକାଇବା ଦ୍ୱାରା ସେ ବିଶ୍ୱସ୍ତ ରହିପାରିଲେ ?
-
ଟେରେନ୍ସଙ୍କ ବିଶ୍ୱସ୍ତତାର କିପରି ପରୀକ୍ଷା ହେଲା ? କାହାର ମନ୍ଦ ଉଦାହରଣକୁ ମନେ ପକାଇବା ଦ୍ୱାରା ସେ ବିଶ୍ୱସ୍ତ ରହିପାରିଲେ ?
-
ସ୍କୁଲରେ ଜଣେ ଭାଇଙ୍କ ବିଶ୍ୱସ୍ତତାର କିପରି ପରୀକ୍ଷା ହେଲା ? କାହାର ମନ୍ଦ ଉଦାହରଣକୁ ମନେ ପକାଇବା ଦ୍ୱାରା ସେ ବିଶ୍ୱସ୍ତ ରହିପାରିଲେ ?