ନୂଆ ଖ୍ରୀଷ୍ଟୀୟ ମଣ୍ଡଳୀକୁ ପରଖାଗଲା
ଯେଉଁ ନୂଆ ଶିଷ୍ୟମାନେ ଯିରୂଶାଲମରେ ରହିଯାଇଥିଲେ, ସେମାନଙ୍କ ମଧ୍ୟରୁ ଗ୍ରୀକ୍ ଭାଷା କହୁଥିବା ବିଧବାମାନଙ୍କ ସହ ଭେଦଭାବ କରାଗଲା । ଏହି ଅନ୍ୟାୟ କʼଣ ସେମାନଙ୍କ ପାଇଁ ବିଘ୍ନ ବା ବାଧାର କାରଣ ହେଲା, ନା ସେମାନେ ଯିହୋବା ସଠିକ୍ ସମୟରେ ସବୁକିଛି ଠିକ୍ କରିଦେବେ ବୋଲି ଧୈର୍ଯ୍ୟ ଧରିଲେ?
ଯେତେବେଳେ ସ୍ତିଫାନଙ୍କୁ ପଥର ଫୋପାଡ଼ି ହତ୍ୟା କରାଗଲା ଏବଂ ଯିରୂଶାଲମର ଖ୍ରୀଷ୍ଟିୟାନମାନଙ୍କ ଉପରେ ବହୁତ ଅତ୍ୟାଚାର କରାଗଲା, ସେମାନେ ପୂରା ଯିହୂଦା ଓ ଶମିରୋଣର ବିଭିନ୍ନ ଅଞ୍ଚଳରେ ଛିନ୍ନଭିନ୍ନ ହୋଇଗଲେ । କିନ୍ତୁ ସେଠାକୁ ଯିବା ପରେ, କʼଣ ସେମାନଙ୍କ ପ୍ରଚାର କାମ ଧୀମା ହୋଇଗଲା?
ନୂଆ ଖ୍ରୀଷ୍ଟୀୟ ମଣ୍ଡଳୀ ଅତ୍ୟାଚାର ସତ୍ତ୍ୱେ ଯିହୋବାଙ୍କ ସାହାଯ୍ୟରେ ଆହୁରି ଦୃଢ଼ ହେଲା ଏବଂ ଶିଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା ।—ପ୍ରେରି ୬:୭; ୮:୪.
ନିଜକୁ ପଚାରନ୍ତୁ, ‘ମୋ ଜୀବନରେ ଆସୁଥିବା ପରୀକ୍ଷାଗୁଡ଼ିକୁ ମୁଁ କିପରି ସାମନା କରୁଛି?’