ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଈଶ୍ୱରଙ୍କ ଉପାସନା ଶାରୀରିକ ବ୍ୟାୟାମଠାରୁ ଅଧିକ ଲାଭଜନକ
ବ୍ୟାୟାମ କଲେ କʼଣ କିଛି ଲାଭ ହୁଏ ? ହଁ, କିଛି ମାତ୍ରାରେ। କିନ୍ତୁ ଯଦି ଆମେ ଏପରି କାମଗୁଡ଼ିକରେ ଲାଗି ରହିବା, ଯାହାଦ୍ୱାରା ଈଶ୍ୱରଙ୍କ ସହ ଆମ ସମ୍ପର୍କ ମଜବୁତ୍ ହୁଏ, ତେବେ ଆମକୁ କାହିଁ କେତେ ଅଧିକ ଲାଭ ମିଳିବ। (୧ତୀମ ୪:୮) ତେଣୁ ଖ୍ରୀଷ୍ଟିୟାନମାନେ ଖେଳକୁଦ ବିଷୟରେ ସଠିକ୍ ଦୃଷ୍ଟିକୋଣ ରଖିବା ଉଚିତ୍।
ପ୍ରକୃତ ଖେଳାଳି କାହାକୁ କହନ୍ତି ? ନାମକ ହ୍ୱାଇଟ୍ବୋର୍ଡ କାର୍ଟୁନ ଦେଖନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
୧. ଖେଳକୁଦ ଦ୍ୱାରା ଆମେ କେଉଁସବୁ ଦକ୍ଷତା ବଢ଼ାଇପାରିବା ?
-
୨. କେଉଁ ତିନୋଟି କଥାରୁ ଆମେ ନିଷ୍ପତ୍ତି ନେଇପାରିବା ଯେ ଆମେ କୌଣସି ନିର୍ଦ୍ଦିଷ୍ଟ ଖେଳରେ ଭାଗ ନେବା ଉଚିତ୍ କି ନୁହେଁ ?
-
୩. ଆମେ କେଉଁ ଖେଳ ଦେଖିବା କିମ୍ବା ଖେଳିବା ଉଚିତ୍, ସେବିଷୟରେ ଗୀତସଂହିତା ୧୧:୫ ପଦରୁ କʼଣ ଶିଖିପାରିବା ?
-
୪. ଆମେ କିପରି ଖେଳିବା ଉଚିତ୍, ସେବିଷୟରେ ଫିଲିପ୍ପୀୟ ୨:୩ ଓ ହିତୋପଦେଶ ୧୬:୧୮ ପଦରୁ କʼଣ ଶିଖିପାରିବା ?
-
୫. ଫିଲିପ୍ପୀୟ ୧:୧୦ ପଦରୁ କିପରି ଜଣାପଡ଼େ ଯେ ଆମେ କୌଣସି ଖେଳକୁ ଦେଖିବା କିମ୍ବା ଖେଳିବାରେ ଅତ୍ୟଧିକ ସମୟ ବିତାଇବା ଅନୁଚିତ୍ ?