इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ବୁଝିବିଚାରି ମନୋରଞ୍ଜନ ବାଛନ୍ତୁ

ବୁଝିବିଚାରି ମନୋରଞ୍ଜନ ବାଛନ୍ତୁ

ଆମେ କାହିଁକି ବୁଝିବିଚାରି କୌଣସି ମନୋରଞ୍ଜନ ବାଛିବା ଉଚିତ୍‌ ? କାରଣ ଯେତେବେଳେ ଆମେ କୌଣସି ଚଳଚ୍ଚିତ୍ର ଦେଖୁ, ଗୀତ ଶୁଣୁ, ଇଣ୍ଟରନେଟ୍‌ରେ କୌଣସି ୱେବସାଇଟ୍‌ ଦେଖୁ, ବହି ପଢ଼ୁ କିମ୍ବା କୌଣସି ଭିଡିଓ ଗେମ୍‌ ଖେଳୁ, ସେଥିରେ ଥିବା କଥାଗୁଡ଼ିକ ଆମ ମନ ଓ ହୃଦୟରେ ବସା ବାନ୍ଧି ନିଏ। ଏହାର ପ୍ରଭାବ ଆମ ବ୍ୟବହାର ଉପରେ ପଡ଼େ। କିନ୍ତୁ ଦୁଃଖର କଥା ଯେ ଆଜିକାଲିର ମନୋରଞ୍ଜନରେ ଏପରି କଥାଗୁଡ଼ିକ ଅତି ସାଧାରଣ, ଯାହା ଯିହୋବା ଘୃଣା କରନ୍ତି। (ଗୀତ ୧୧:୫; ଗାଲା ୫:୧୯-୨୧) ତେଣୁ ବାଇବଲ ଆମକୁ ପରାମର୍ଶ ଦିଏ ଯେ ଆମେ ଏପରି କଥାଗୁଡ଼ିକ ପ୍ରତି ଧ୍ୟାନ ଦେବା ଉଚିତ୍‌, ଯେଉଁଥିରୁ ଯିହୋବାଙ୍କର ମହିମା ହୁଏ।—ଫିଲିପ୍‌ ୪:୮.

ମୁଁ କିଭଳି ମନୋରଞ୍ଜନ ବାଛିବା ଉଚିତ୍‌ ? ଭିଡିଓ ଦେଖନ୍ତୁ । ତାʼପରେ ଏପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଆଜି ଅଧିକାଂଶ ମନୋରଞ୍ଜନ କିପରି ପ୍ରାଚୀନ ରୋମ୍‌ର ଗ୍ଲାଡିଏଟର ଯୁଦ୍ଧ ପରି ଅଟେ ?

  • ମଣ୍ଡଳୀର ଭାଇଭଉଣୀ କିପରି ଭଲ ମନୋରଞ୍ଜନ ବାଛିବାରେ ଯୁବକଯୁବତୀଙ୍କୁ ସାହାଯ୍ୟ କରିପାରିବେ ?

  • ରୋମୀୟ ୧୨:୯ ପଦକୁ ଧ୍ୟାନରେ ରଖି ଆମେ କେଉଁ ପ୍ରକାରର ମନୋରଞ୍ଜନ କରିବା ଉଚିତ୍‌ ?

  • ଆପଣଙ୍କ ଅଞ୍ଚଳରେ କେଉଁସବୁ ଭଲ ମନୋରଞ୍ଜନ ରହିଛି ?