୨୬ ଫେବୃୟାରୀ–୩ ମାର୍ଚ୍ଚ
ଗୀତସଂହିତା ୧୧-୧୫
ଗୀତ ୧୩୯ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ଭାବନ୍ତୁ ଆପଣ ଏପରି ଦୁନିଆରେ ଅଛନ୍ତି, ଯେଉଁଠି ଚାରିଆଡ଼େ ଶାନ୍ତି ଅଛି
(୧୦ ମି.)
ଯେବେ ଲୋକମାନେ ନିୟମଗୁଡ଼ିକୁ ମାନନ୍ତି ନାହିଁ, ତେବେ ଏହା ଯୋଗୁଁ ଗଡ଼ବଡ଼ି ଓ ଦଙ୍ଗା ହୁଏ (ଗୀତ ୧୧:୨, ୩; ପ୍ର୦୬-ହି ୫/୧୫ ପୃ ୧୮ ¶୩)
ଆମେ ଭରସା ରଖିପାରିବା ଯେ ଯିହୋବା ପୃଥିବୀରୁ ହିଂସାକୁ ସବୁଦିନ ପାଇଁ ଶେଷ କରିଦେବେ (ଗୀତ ୧୧:୫; ସର୍ବ୧୬-ହି ସଂଖ୍ୟା ୩ ପୃ ୧୩)
ଯିହୋବା ଉଦ୍ଧାର କରିବାର ଯେଉଁ ପ୍ରତିଜ୍ଞା କରିଛନ୍ତି, ତାʼଉପରେ ଚିନ୍ତନ କରିବା ଦ୍ୱାରା ଆମେ ଧୈର୍ଯ୍ୟ ଧରିପାରିବା ଓ ନୂଆ ଦୁନିଆ ପାଇଁ ଅପେକ୍ଷା କରିବା (ଗୀତ ୧୩:୫, ୬; ପ୍ର୧୭.୦୮-ହି ପୃ ୬-୭ ¶୧୫)
କରିକି ଦେଖନ୍ତୁ: ଯିହିଜିକଲ ୩୪:୨୫ ପଢ଼ନ୍ତୁ । ତାʼପରେ କଳ୍ପନା କରନ୍ତୁ ଯେ ଆପଣ ଏପରି ଜାଗାରେ ଅଛନ୍ତି ଯେଉଁଠି ଚାରିଆଡ଼େ ଶାନ୍ତି ଅଛି, ଠିକ୍ ଯେପରି ପଦରେ କୁହାଯାଇଛି ।—ଈଶ୍ୱରଙ୍କ ରାଜ୍ୟ ୨୩୬ ¶୧୬.
୨. ବହୁମୂଲ୍ୟ ରତ୍ନ:
(୧୦ ମି.)
-
ଗୀତ ୧୪:୧—ଏହି ପଦରେ ଯେଉଁ ବ୍ୟବହାର ବିଷୟରେ କୁହାଯାଇଛି, ତାହାର ଖ୍ରୀଷ୍ଟିୟାନମାନଙ୍କ ଉପରେ ମଧ୍ୟ କିପରି ପ୍ରଭାବ ପଡ଼ିପାରେ ? (ପ୍ର୧୩-ହି ୯/୧୫ ପୃ ୧୯-୨୦ ¶୧୨)
-
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଗୀତ ୧୩:୧–୧୪:୭ (ଶିଖାଇବା ଅଧ୍ୟୟନ ୨)
୪. କଥାବାର୍ତ୍ତା ଆରମ୍ଭ କରନ୍ତୁ
(୨ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଆପଣ ଯାହାକୁ ପ୍ରଚାର କରୁଛନ୍ତି ତାଙ୍କୁ ସ୍ମାରକ ପାଇଁ ଡାକନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୩)
୫. କଥାବାର୍ତ୍ତା ଆରମ୍ଭ କରନ୍ତୁ
(୧ ମି.) ଘର ଘର ପ୍ରଚାର । ଆପଣ ଯାହାକୁ ପ୍ରଚାର କରୁଛନ୍ତି ତାଙ୍କୁ ସ୍ମାରକ ପାଇଁ ଡାକନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୪)
୬. କଥାବାର୍ତ୍ତା ଆରମ୍ଭ କରନ୍ତୁ
(୩ ମି.) ଘର ଘର ପ୍ରଚାର । ଆପଣ ଯାହାକୁ ପ୍ରଚାର କରୁଛନ୍ତି ତାଙ୍କୁ ସ୍ମାରକର ନିମନ୍ତ୍ରଣ ପତ୍ର ଦିଅନ୍ତି ଓ ସେ ସେବିଷୟରେ ଆହୁରି ଜାଣିବା ପାଇଁ ଚାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ୪)
୭. ବାଇବଲ ଅଧ୍ୟୟନ ସମୟରେ
(୫ ମି.) ଜୀବନ ବହି ପାଠ ୧୩: ଆମେ କʼଣ ଶିଖିଲୁ, ଆପଣ କʼଣ କହିବେ ? ଓ ଲକ୍ଷ୍ୟ । ନିଜ ବିଦ୍ୟାର୍ଥୀକୁ “ଅଧିକ ଜାଣନ୍ତୁ” ଭାଗରୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ମିଥ୍ୟା ଧର୍ମ ବିଷୟରେ ଈଶ୍ୱର କିପରି ଅନୁଭବ କରନ୍ତି । (ଶିଖାଇବା ଅଧ୍ୟୟନ ୧୨)
ଗୀତ ୮
୮. “ଯୁଦ୍ଧାସ୍ତ୍ର ଅପେକ୍ଷା ଜ୍ଞାନ ଉତ୍ତମ”
(୧୦ ମି.) ଆଲୋଚନା ।
ଆଜି ପୂରା ଦୁନିଆରେ ହିଂସାତ୍ମକ କାମଗୁଡ଼ିକ ବଢ଼ି ଚାଲିଛି । ଆଉ ଯିହୋବା ଜାଣନ୍ତି ଯେ ଯେବେ ଆମେ ଏପରି କାମ ହେବାର ଦେଖୁ କିମ୍ବା ଯେବେ ଆମ ସହିତ ଏପରି କିଛି ହୁଏ, ତେବେ ଆମେ ବହୁତ ଡରିଯାଉ ଆଉ ଚିନ୍ତିତ ହୋଇଯାଉ । ଯିହୋବା ଏହା ବି ବୁଝନ୍ତି ଯେ ଆମକୁ ସୁରକ୍ଷା ଦରକାର । ତେଣୁ ସେ ଅନେକ ଉପାୟରୁ ଆମ ସୁରକ୍ଷା କରନ୍ତି । ଏହାର ଗୋଟେ ଉପାୟ ହେଉଛି, ନିଜ ବାକ୍ୟ ବାଇବଲ ଜରିଆରେ ।—ଗୀତ. ୧୨:୫-୭.
ବାଇବଲରେ ଜ୍ଞାନର ଏପରି କଥାଗୁଡ଼ିକ ଦିଆଯାଇଛି, ଯାହା “ଯୁଦ୍ଧାସ୍ତ୍ର ଅପେକ୍ଷା ଉତ୍ତମ ।” (ଉପ. ୯:୧୮) ଧ୍ୟାନ ଦିଅନ୍ତୁ ଯେ ବାଇବଲର ସିଦ୍ଧାନ୍ତ ମାନିଲେ କିପରି ଆମେ ହିଂସାରୁ ରକ୍ଷା ପାଇପାରିବା ।
-
ଉପ ୪:୯, ୧୦—ଏପରି ଅଞ୍ଚଳଗୁଡ଼ିକରେ ଏକୁଟିଆ ଯାନ୍ତୁ ନାହିଁ ଯେଉଁଠି ବିପଦ ଥିବ । ଏପରି ପରିସ୍ଥିତିରୁ ମଧ୍ୟ ଦୂରେଇ ରହନ୍ତୁ ଯାହାଦ୍ୱାରା ଆପଣ ବିପଦରେ ପଡ଼ିପାରିବେ
-
ହିତୋ ୨୨:୩—ଘର ବାହାରକୁ ଯିବା ସମୟରେ ସଚେତନ ରହନ୍ତୁ ଓ ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କ ଆଖପାଖରେ କʼଣ ହେଉଛି
-
ହିତୋ ୨୬:୧୭—ଅନ୍ୟମାନଙ୍କ ଝଗଡ଼ାରେ ସାମିଲ୍ ହୁଅନ୍ତୁ ନାହିଁ
-
ହିତୋ ୧୭:୧୪—ଯଦି ଏପରି ଲାଗେ ଯେ କୌଣସି ଅଞ୍ଚଳରେ ଦଙ୍ଗା ହେବାକୁ ଯାଉଛି, ତେବେ ସେଠାରୁ ତୁରନ୍ତ ବାହାରି ଯାନ୍ତୁ । ଆଉ ଯଦି କୌଣସି ଜାଗାରେ ଆନ୍ଦୋଳନ ପାଇଁ ଲୋକେ ଜମା ହୋଇଛନ୍ତି, ତେବେ ସେଠାକୁ ଯାନ୍ତୁ ନାହିଁ
-
ଲୂକ ୧୨:୧୫—ନିଜ ଜିନିଷଗୁଡ଼ିକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ
ବିଶ୍ୱସ୍ତ ଲୋକଙ୍କ ଭଳି ହୁଅନ୍ତୁ, ଦୁଷ୍ଟ ଲୋକଙ୍କ ଭଳି ନୁହେଁ—ହନୋକ ଭଳି, ଲେମକ ଭଳି ନୁହେଁ । ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
ସେହି ପରିବାର ଏପରି ଜାଗାରେ ରହେ ଯେଉଁଠି ହିଂସା ହୁଏ, ତଥାପି ହନୋକଙ୍କ ଉଦାହରଣ ଉପରେ ଚିନ୍ତନ କରି ବାପା କʼଣ ନିଷ୍ପତ୍ତି ନେଲେ ?—ଏବ୍ରୀ ୧୧:୫.
କିଛି ପରିସ୍ଥିତିରେ ଜଣେ ଖ୍ରୀଷ୍ଟିୟାନ ହୁଏତ ନିଜକୁ କିମ୍ବା ନିଜ ସମ୍ପତ୍ତିକୁ ବଞ୍ଚାଇବା ପାଇଁ କିଛି ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନେବ । କିନ୍ତୁ ଏପରି କରିବା ସମୟରେ ତାଙ୍କୁ ପୂରା ଧ୍ୟାନ ଦେବା ଉଚିତ୍ ଯେ ସେ କାହାରି ଜୀବନ ନେଇ ରକ୍ତପାତର ଦୋଷୀ ନ ହୁଅନ୍ତୁ ।—ଗୀତ ୫୧:୧୪; ଜୁଲାଇ ୨୦୧୭ ମସିହାର ପ୍ରହରୀଦୁର୍ଗରେ “ଆପଣଙ୍କ ପ୍ରଶ୍ନ” ଲେଖା ପଢ଼ନ୍ତୁ ।
୯. ଶନିବାର, ୨ ମାର୍ଚ୍ଚରୁ ସ୍ମାରକ ନିମନ୍ତ୍ରଣ ଅଭିଯାନ ଆରମ୍ଭ ହେବ
(୫ ମି.) ଜଣେ ପ୍ରାଚୀନଙ୍କ ଭାଷଣ । ତାʼପରେ କହନ୍ତୁ ଯେ ଏହି ଅଭିଯାନ ଚଲାଇବା ଏବଂ ବିଶେଷ ଭାଷଣ ଓ ସ୍ମାରକ ପାଇଁ କʼଣ ବ୍ୟବସ୍ଥା କରାଯାଇଛି । ପ୍ରଚାରକମାନଙ୍କୁ ମନେପକାଇ ଦିଅନ୍ତୁ ଯେ ସେମାନେ ଚାହିଁଲେ ମାର୍ଚ୍ଚ ଓ ଏପ୍ରିଲ୍ ମାସରେ ୧୫ ଘଣ୍ଟାର ସହଯୋଗୀ ଅଗ୍ରଦୂତ ସେବା କରିପାରିବେ ।
୧୦. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୧.୧୦-ହି ଅଧ୍ୟୟନ ଲେଖା ୪୨ ¶୫-୧୨