୨୧-୨୭ ଅକ୍ଟୋବର ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗଭୀର ସମ୍ମାନ ଓ ସଦାଚରଣ ହୃଦୟ ଜିଣେ
ଯେଉଁ ପତ୍ନୀମାନେ ସତ୍ୟକୁ ଆସନ୍ତି, ସେମାନେ ସାଧାରଣତଃ ଯୀଶୁ ଖ୍ରୀଷ୍ଟଙ୍କ ଭଳି ଆଚରଣ ଦେଖାଇ ନିଜ ପତିଙ୍କ ହୃଦୟକୁ ଜିଣି ତାଙ୍କୁ ସତ୍ୟକୁ ନେଇ ଆସନ୍ତି। କିନ୍ତୁ ଏହାପାଇଁ ଅନେକ ବର୍ଷ ଧରି ଧୈର୍ଯ୍ୟ ଓ କଠିନ ପରିଶ୍ରମ ଆବଶ୍ୟକ ହୋଇପାରେ। (୧ପିତ ୨:୨୧-୨୩; ୩:୧, ୨) ଯଦି ଆପଣଙ୍କର କିଛି ଭୁଲ ନ ଥାଇ ମଧ୍ୟ ଆପଣ କଷ୍ଟ ସହୁଛନ୍ତି, ତେବେ ସୁକ୍ରିୟାରେ କୁକ୍ରିୟାକୁ ପରାଜୟ କରିବା ଜାରି ରଖନ୍ତୁ। (ରୋମୀ ୧୨:୨୧) ହୁଏତ ଆପଣଙ୍କ କଥା ଦ୍ୱାରା ଯେଉଁ ସକାରାତ୍ମକ ପ୍ରଭାବ ପଡ଼େ ନାହିଁ, ତାହା ଆପଣଙ୍କ ଭଲ ଉଦାହରଣରୁ ସମ୍ଭବ ହୋଇଥାଏ।
କୌଣସି ବିଷୟକୁ ଆପଣଙ୍କ ଜୀବନସାଥୀଙ୍କ ଦୃଷ୍ଟିକୋଣରୁ ଦେଖିବାକୁ ଚେଷ୍ଟା କରନ୍ତୁ। (ଫିଲିପ୍ ୨:୩, ୪) ଦୟା ଓ ସହାନୁଭୂତି ଦେଖାନ୍ତୁ ଏବଂ ନିଜ ଦାୟିତ୍ୱଗୁଡ଼ିକୁ ସମ୍ମାନର ସହ ତୁଲାଇବାରେ ଯଥା ଚେଷ୍ଟା କରନ୍ତୁ। ଜୀବନସାଥୀଙ୍କ କଥାକୁ ଧ୍ୟାନର ସହ ଶୁଣନ୍ତୁ। (ଯାକୁ ୧:୧୯) ଧୈର୍ଯ୍ୟ ଧରନ୍ତୁ ଏବଂ ତାଙ୍କୁ ଅନୁଭବ କରାନ୍ତୁ ଯେ ଆପଣ ତାଙ୍କୁ ବହୁତ ପ୍ରେମ କରନ୍ତି। ଯଦିଓ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ସେହିପରି ଦୟା ଓ ସମ୍ମାନ ଦେଖାନ୍ତି ନାହିଁ, ତଥାପି ଆପଣ ଭରସା ରଖିପାରିବେ ଯେ ଯିହୋବା ଆପଣଙ୍କ ବିଶ୍ୱସ୍ତତା ପ୍ରତି ଧ୍ୟାନ ଦେଇଥାʼନ୍ତି।—୧ପିତ ୨:୧୯, ୨୦.
ଯିହୋବା ଆମକୁ ନିଜ ବୋଝ ଉଠାଇବା ପାଇଁ ଶକ୍ତି ଦିଅନ୍ତି (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ :
-
ନିଜ ବୈବାହିକ ଜୀବନର ଆରମ୍ଭରେ ଗ୍ରେସ୍ ଲିଙ୍କର ଜୀବନ କିପରି ଥିଲା ?
-
ବାଇବଲର ସତ୍ୟ ଶିଖିବା ପାଇଁ ତାଙ୍କୁ କʼଣ ଆକର୍ଷିତ କଲା ?
-
ନିଜ ବାପ୍ତିସ୍ମ ପରେ ଭଉଣୀ ଲି କିପରି ସମସ୍ୟାଗୁଡ଼ିକ ସତ୍ତ୍ୱେ ନିଜ ସେବା ଜାରି ରଖିଲେ ?
-
ଭଉଣୀ ଲି ପ୍ରାର୍ଥନାରେ ନିଜ ପତିଙ୍କ ବିଷୟରେ କʼଣ ଜଣାଇଲେ ?
-
ଭଉଣୀ ଲି ଗଭୀର ସମ୍ମାନ ଓ ସଦାଚରଣ ଦେଖାଇବା ଯୋଗୁଁ କେଉଁସବୁ ଆଶିଷ ପାଇଲେ ?