ଗୀତ ୫୪
“ପଥ ଏହି !”
-
୧. ଶାନ୍ତିର ପଥକୁ,
ପୁତ୍ର ଶିଖାଇଲେ ।
ଦେଖାଇଲେ ଯୀଶୁ,
ଚାଲିବା ଏଥିରେ ।
ପିତାଙ୍କ ବାକ୍ୟରେ,
ହିଁ ଅଛି ଲିଖିତ,
ଏ ସତ୍ୟ ପଥରେ,
ଚାଲିବା କିପରି ।
(କୋରସ)
ଜୀବନର ରାସ୍ତା, ହଁ ଏ ରାସ୍ତା,
ଦେଖିବାନି ବାମ କି ଡାହାଣ ।
ପିତା ଦେଉଛନ୍ତି ଡାକରା,
ବଢ଼ିବା ଆଗ, ହେବାନି ପଛ ।
-
୨. ପ୍ରେମର ଏ ପଥ,
ନାହିଁ କେଉଁଠି ବି,
ମିଳେ ପିତାଙ୍କର,
ସ୍ନେହ ଏ ବାଟରେ ।
ପ୍ରେମ ଅଟେ ସତ୍ୟ,
ପିତା ଯିହୋବାଙ୍କ ।
ପ୍ରେମର ଏ ପଥେ,
ଖୁସି ଦିଏ ସଦା ।
(କୋରସ)
ଜୀବନର ରାସ୍ତା, ହଁ ଏ ରାସ୍ତା,
ଦେଖିବାନି ବାମ କି ଡାହାଣ ।
ପିତା ଦେଉଛନ୍ତି ଡାକରା,
ବଢ଼ିବା ଆଗ, ହେବାନି ପଛ ।
-
୩. ଅନନ୍ତ ଜୀବନ,
ମିଳେ ଏ ବାଟରେ,
ଏହି ପ୍ରତିଜ୍ଞାରେ,
ଅଛି ଯେ ଭରସା ।
ଯିହୋବା କରୁଛୁ,
ଧନ୍ୟବାଦ୍ ତମକୁ ।
ଦେଖାଇଲ ବାଟ,
ଦେଖିବାନି ପଛ ।
(କୋରସ)
ଜୀବନର ରାସ୍ତା, ହଁ ଏ ରାସ୍ତା,
ଦେଖିବାନି ବାମ କି ଡାହାଣ ।
ପିତା ଦେଉଛନ୍ତି ଡାକରା,
ବଢ଼ିବା ଆଗ, ହେବାନି ପଛ ।
(ଗୀତ. ୩୨:୮; ୧୩୯:୨୪; ହିତୋ. ୬:୨୩ ମଧ୍ୟ ଦେଖନ୍ତୁ ।)