ଗୀତ ୩୨
ଯିହୋବାଙ୍କ ପକ୍ଷ ହେଉ
-
୧. ମିଥ୍ୟା ଧର୍ମରେ ଯେ ଥିଲୁ ଫସି,
ମନରେ ସନ୍ଦେହ ଥିଲା ବେଶି ।
ଜାଗି ଉଠେ କି ସତେ ହୃଦୟ,
ଶୁଣି ରାଜ୍ୟ ସନ୍ଦେଶ ।
(କୋରସ)
ଯିହୋବାଙ୍କ ପକ୍ଷ, ଦେବି ମୁଁ ସାକ୍ଷ୍ୟ,
ଛାଡ଼ିବନି ମୋତେ, ଶତ୍ରୁର ହାତେ ।
ଶାନ୍ତି ଓ ଉଦ୍ଧାର, କରୁ ପ୍ରଚାର
ରାଜ୍ୟ ଯୀଶୁଙ୍କର ଯୁଗ ଯୁଗର ।
-
୨. ଯିହୋବାଙ୍କ ସାଥେ ଚାଲୁ ମିଶି,
ରାଜ୍ୟର ସଂଦେଶ ଦିଏ ଖୁସି,
ଯିଏ ଶୁଣନ୍ତି, ନିର୍ଣ୍ଣୟ କରୁ,
ପିତାଙ୍କ ପକ୍ଷ କି ନା ।
(କୋରସ)
ଯିହୋବାଙ୍କ ପକ୍ଷ, ଦେବି ମୁଁ ସାକ୍ଷ୍ୟ,
ଛାଡ଼ିବନି ମୋତେ, ଶତ୍ରୁର ହାତେ ।
ଶାନ୍ତି ଓ ଉଦ୍ଧାର, କରୁ ପ୍ରଚାର
ରାଜ୍ୟ ଯୀଶୁଙ୍କର ଯୁଗ ଯୁଗର ।
-
୩. ଡରିବୁ ନାହିଁ ଆମେ ଏକାକୀ,
ତୁମେ ମୋହର ବଳ ଓ ଶକ୍ତି ।
ଯେତେ କଷ୍ଟ ଶୟତାନ ଆଣୁ,
ରକ୍ଷକ ପିତା ଜାଣୁ ।
(କୋରସ)
ଯିହୋବାଙ୍କ ପକ୍ଷ, ଦେବି ମୁଁ ସାକ୍ଷ୍ୟ,
ଛାଡ଼ିବନି ମୋତେ, ଶତ୍ରୁର ହାତେ ।
ଶାନ୍ତି ଓ ଉଦ୍ଧାର, କରୁ ପ୍ରଚାର
ରାଜ୍ୟ ଯୀଶୁଙ୍କର ଯୁଗ ଯୁଗର ।
(ଗୀତ. ୯୪:୧୪; ହିତୋ. ୩:୫, ୬; ଏବ୍ରୀ ୧୩:୫ ମଧ୍ୟ ଦେଖନ୍ତୁ ।)