ଗୀତ ୨୧
ପ୍ରଭୁଙ୍କ ରାଜ୍ୟକୁ ପ୍ରାଥମିକତା
-
୧. ରାଜ୍ୟର ପ୍ରାଥମିକତା,
ଲୋକଙ୍କୁ ଜଣାଇବା ।
ପ୍ରଭୁଙ୍କ ଆଜ୍ଞା ମାନିବା,
ଶୈ-ତାନ୍କୁ ହରାଇବା ।
(ଘୋଷା)
କରିବା ଅନୁସନ୍ଧାନ,
“ରାଜ୍ୟ ଓ ଧାର୍ମିକତା !”
ପାଇବା ଜୀବନେ ଆମେ,
ଯିହୋବାଙ୍କ ଆଶିଷ ।
-
୨. ଯୀଶୁ ଯେ କହି ଅଛନ୍ତି,
କାଲିର ଚିନ୍ତା ନ କର୍ ।
ପ୍ରଭୁଙ୍କୁ କଲେ ବିଶ୍ୱାସ,
ଶାନ୍ତି ନିଶ୍ଚୟ ଦେବେ ।
(ଘୋଷା)
କରିବା ଅନୁସନ୍ଧାନ,
“ରାଜ୍ୟ ଓ ଧାର୍ମିକତା !”
ପାଇବା ଜୀବନେ ଆମେ,
ଯିହୋବାଙ୍କ ଆଶିଷ ।
-
୩. ଦେବା ଯେ ପ୍ରଥମ ସ୍ଥାନ,
“ଈଶ୍ୱରଙ୍କ ରାଜ୍ୟକୁ ।”
ଜୀବନର ସବୁ ଆଶା,
ପୂରଣ ଆମ ହେବ ।
(ଘୋଷା)
କରିବା ଅନୁସନ୍ଧାନ,
“ରାଜ୍ୟ ଓ ଧାର୍ମିକତା !”
ପାଇବା ଜୀବନେ ଆମେ,
ଯିହୋବାଙ୍କ ଆଶିଷ ।
(ଗୀତ. ୨୭:୧୪; ମାଥି. ୬:୩୪; ୧୦:୧୧, ୧୩; ୧ ପିତ. ୧:୨୧ ମଧ୍ୟ ଦେଖନ୍ତୁ ।)