ଗୀତ ୧୫୦
ଯିହୋବାଙ୍କ ନିକଟବର୍ତ୍ତୀ ହେବା
-
୧. ରାଷ୍ଟ୍ର ଏକ ହୋଇ,
ବିରୁଦ୍ଧ ଯୀଶୁଙ୍କର ।
ଯିହୋବାଙ୍କର ଆଦେଶ,
ଯୁଦ୍ଧ ହେବ ଆରମ୍ଭ ।
ଜଗତର ରାଜା,
ବିନାଶ ହୋଇଯିବେ ।
ଈଶ୍ୱରଙ୍କ ରାଜ୍ୟ ଆସିବ,
ଆଉ ହେବନି ଡେରି ।
(ଘୋଷା)
ଯିହୋବା ଦେବେ ସୁରକ୍ଷା,
ଆସିବ ଯେବେ ପରୀକ୍ଷା ।
ଚାଲିବା ଯେବେ,
ନ୍ୟାୟର ପଥେ,
ତେବେ ପିତା ସମ୍ଭାଳିବେ ।
ନେବା ଈଶ୍ୱରଙ୍କ ପକ୍ଷ,
ଥିବା ବିଶ୍ୱସ୍ତ ।
-
୨. କମ୍ ଅଛି ସମୟ,
ଲୋକେ ନିଅ ନିର୍ଣ୍ଣୟ ।
ଯେବେ ଶୁଣାଉ ସନ୍ଦେଶ,
କହିବେ ହଁ କି ନାହିଁ ।
କଷ୍ଟ ଆସେ ସତ !
ହେବାନି କେବେ ଭୀତ ।
ଯିହୋବା କରିବେ ସବଳ,
ତାଙ୍କର ଅତି ବଳ ।
(ଘୋଷା)
ଯିହୋବା ଦେବେ ସୁରକ୍ଷା,
ଆସିବ ଯେବେ ପରୀକ୍ଷା ।
ଚାଲିବା ଯେବେ,
ନ୍ୟାୟର ପଥେ,
ତେବେ ପିତା ସମ୍ଭାଳିବେ ।
ନେବା ଈଶ୍ୱରଙ୍କ ପକ୍ଷ,
ଥିବା ବିଶ୍ୱସ୍ତ ।
(୧ ଶାମୁ. ୨:୯; ଗୀତ. ୨:୨, ୩, ୯; ହିତୋ. ୨:୮; ମାଥି. ୬:୩୩ ମଧ୍ୟ ଦେଖନ୍ତୁ ।)