इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୯ରେ କʼଣ ଅଛି

ଭାଗ ୯ରେ କʼଣ ଅଛି

ଏହି ଭାଗରେ ଆମେ ଏପରି ପିଲା, ଭବିଷ୍ୟଦ୍‌ବକ୍ତା ଓ ରାଜାମାନଙ୍କ ବିଷୟରେ ଶିଖିବା ଯେଉଁମାନଙ୍କର ଯିହୋବାଙ୍କ ଉପରେ ମଜବୁତ୍‌ ବିଶ୍ୱାସ ଥିଲା । ଅରାମରେ ଥିବା ଜଣେ ଛୋଟ ଇସ୍ରାଏଲୀୟ ଝିଅକୁ ବିଶ୍ୱାସ ଥିଲା ଯେ ଯିହୋବାଙ୍କ ଜଣେ ଭବିଷ୍ୟଦ୍‌ବକ୍ତା, ନାମାନ୍‌ଙ୍କ ରୋଗକୁ ଠିକ୍‌ କରିଦେବେ । ଭବିଷ୍ୟଦ୍‌ବକ୍ତା ଇଲୀଶାୟଙ୍କୁ ପୂରା ଭରସା ଥିଲା ଯେ ଯିହୋବା ତାଙ୍କୁ ଶତ୍ରୁମାନଙ୍କ ସେନାରୁ ରକ୍ଷା କରିବେ । ମହାଯାଜକ ଯିହୋୟାଦା ନିଜ ଜୀବନ ବିପଦରେ ପକାଇ ଶିଶୁ ଯୋୟାଶ୍‌କୁ ତାଙ୍କ ଜେଜେ ମାଆ ଅଥଲୀୟାଠାରୁ ରକ୍ଷା କଲେ ଯିଏ ଜଣେ ଦୁଷ୍ଟ ସ୍ତ୍ରୀ ଥିଲା । ରାଜା ହିଜକୀୟଙ୍କୁ ଭରସା ଥିଲା ଯେ ଯିହୋବା ଯିରୂଶାଲମକୁ ରକ୍ଷା କରିବେ, ତେଣୁ ସେ ଅଶୂରୀୟମାନଙ୍କ ଧମକକୁ ଡରିଲେ ନାହିଁ । ରାଜା ଯୋଶୀୟ ଦେଶରୁ ମୂର୍ତ୍ତିପୂଜାକୁ ବନ୍ଦ କରାଇ ଦେଲେ, ମନ୍ଦିରର ମରାମତି କରାଇଲେ ଓ ସତ୍ୟ ଉପାସନା ପୁଣି ଆରମ୍ଭ କରାଇଲେ ।

ଏହି ବିଭାଗରେ

ପାଠ ୫୧

ଜଣେ ବଡ଼ ସେନାପତି ଏବଂ ଜଣେ ସାନ ଝିଅ

ଜଣେ ସାନ ଇସ୍ରାଏଲୀୟ ଝିଅ ନିଜ ମାଲିକାଣୀଙ୍କୁ ଯିହୋବାଙ୍କ ମହାଶକ୍ତି ବିଷୟରେ କହେ ଏବଂ ଏହା ଯୋଗୁଁ ଏକ ଚମତ୍କାର ହୁଏ ।

ପାଠ ୫୨

ଯିହୋବାଙ୍କ ଅଗ୍ନିମୟ ସେନା

ଇଲୀଶାୟଙ୍କ ସେବକ କିପରି ଦେଖିପାରନ୍ତି ଯେ “ସେମାନଙ୍କ ସଙ୍ଗୀଗଣ ଅପେକ୍ଷା ଆମ୍ଭମାନଙ୍କ ସଙ୍ଗୀଗଣ ଅଧିକ ?”

ପାଠ ୫୩

ଯିହୋୟାଦାଙ୍କ ସାହସ

ଯିହୋବାଙ୍କ ଜଣେ ବିଶ୍ୱସ୍ତ ଯାଜକ ଜଣେ ଦୁଷ୍ଟ ରାଣୀ ବିରୁଦ୍ଧରେ ଛିଡ଼ା ହେବା ପାଇଁ ସାହସ କରନ୍ତି ।

ପାଠ ୫୪

ଯିହୋବା ଯୂନସଙ୍କ ପ୍ରତି ଧୈର୍ଯ୍ୟ ଦେଖାଇଲେ

ଏପରି କʼଣ ହେଲା ଯେ ଈଶ୍ୱରଙ୍କ ଜଣେ ଭବିଷ୍ୟଦ୍‌ବକ୍ତାଙ୍କୁ ଗୋଟିଏ ବିଶାଳ ମାଛ ଗିଳିଦେଲା ? ସେ କିପରି ବାହାରକୁ ଆସିଲେ ? ଯିହୋବା ଯୂନସଙ୍କୁ କʼଣ ଶିକ୍ଷା ଶିଖାଇଲେ ?

ପାଠ ୫୫

ଯିହୋବାଙ୍କ ସ୍ୱର୍ଗଦୂତ ହିଜକୀୟଙ୍କୁ ରକ୍ଷା କଲେ

ଯିହୁଦାର ଶତ୍ରୁମାନେ କହନ୍ତି ଯେ ଯିହୋବା ନିଜ ଲୋକମାନଙ୍କୁ ରକ୍ଷା କରିବେ ନାହିଁ, କିନ୍ତୁ ସେମାନେ ଭୁଲ ଭାବୁଥିଲେ ।

ପାଠ ୫୬

ଯୋଶୀୟ ଈଶ୍ୱରଙ୍କ ବ୍ୟବସ୍ଥାକୁ ବହୁତ ପ୍ରେମ କରୁଥିଲେ

ଯୋଶୀୟ ଆଠ ବର୍ଷର ଥିବା ବେଳେ ଯିହୁଦାର ରାଜା ହେଲେ ଏବଂ ନିଜ ଲୋକମାନଙ୍କୁ ଯିହୋବାଙ୍କ ଉପାସନା କରିବା ପାଇଁ ସାହାଯ୍ୟ କରନ୍ତି ।