इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୮ରେ କʼଣ ଅଛି

ଭାଗ ୮ରେ କʼଣ ଅଛି

ଯିହୋବା ଶଲୋମନଙ୍କୁ ବହୁତ ବୁଦ୍ଧି ଦେଲେ । ସେ ତାଙ୍କୁ ମନ୍ଦିର ତିଆରି କରିବାର ଖାସ୍‌ ସମ୍ମାନ ମଧ୍ୟ ଦେଲେ । କିନ୍ତୁ ଧୀରେ ଧୀରେ ସେ ଯିହୋବାଙ୍କୁ ଛାଡ଼ି ଦେଲେ । ଯଦି ଆପଣଙ୍କ ପିଲାମାନେ ଅଛନ୍ତି ତେବେ ସେମାନଙ୍କୁ ଏହା ବୁଝାନ୍ତୁ ଯେ ମିଥ୍ୟା ଉପାସନା କରୁଥିବା ଲୋକମାନେ କିପରି ଶଲୋମନଙ୍କୁ ଈଶ୍ୱରଙ୍କଠାରୁ ଦୂରେଇ ନେଇଗଲେ । ଇସ୍ରାଏଲ ରାଜ୍ୟ ଦୁଇ ଭାଗରେ ବିଭକ୍ତ ହୋଇଗଲା । ଦୁଷ୍ଟ ରାଜାମାନେ ରାଷ୍ଟ୍ରକୁ ଯିହୋବାଙ୍କଠାରୁ ଦୂର କରିଦେଲେ ଏବଂ ମୂର୍ତ୍ତିପୂଜା ଆଡ଼କୁ ନେଇଗଲେ । ସେସମୟରେ ଯିହୋବାଙ୍କ ଅନେକ ବିଶ୍ୱସ୍ତ ଭବିଷ୍ୟଦ୍‌ବକ୍ତାମାନଙ୍କ ଉପରେ ଅତ୍ୟାଚାର କରାଗଲା ଏବଂ ତାଙ୍କୁ ମାରି ଦିଆଗଲା । ରାଣୀ ଈଷେବଲ୍‌ ଉତ୍ତର ରାଜ୍ୟକୁ ପୂରାପୂରି ଭାବେ ଯିହୋବାଙ୍କ ବିରୁଦ୍ଧରେ କରିଦେଲା । ଇସ୍ରାଏଲର ଇତିହାସରେ ଏହା ବହୁତ ହିଁ ଖରାପ ସମୟ ଥିଲା । କିନ୍ତୁ ଇସ୍ରାଏଲୀୟମାନଙ୍କ ମଧ୍ୟରେ ଏବେ ବି ଅନେକ ଲୋକ ଥିଲେ ଯେଉଁମାନେ ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରୁଥିଲେ, ଯେପରି ରାଜା ଯିହୋଶାଫଟ୍‌ ଏବଂ ଭବିଷ୍ୟଦ୍‌ବକ୍ତା ଏଲୀୟ ।

ଏହି ବିଭାଗରେ

ପାଠ ୪୪

ଯିହୋବାଙ୍କ ପାଇଁ ଗୋଟିଏ ମନ୍ଦିର

ଈଶ୍ୱର ରାଜା ଶଲୋମନଙ୍କ ବିନତି ଶୁଣନ୍ତି ଏବଂ ତାଙ୍କୁ ଅନେକ ଆଶିଷ ଦିଅନ୍ତି ।

ପାଠ ୪୫

ରାଜ୍ୟର ବିଭାଜନ

ଅନେକ ଇସ୍ରାଏଲୀୟ ଯିହୋବାଙ୍କ ସେବା କରିବା ଛାଡ଼ି ଦିଅନ୍ତି ।

ପାଠ ୪୬

କର୍ମିଲ ପାହାଡ଼ ଉପରେ ଏକ ପରୀକ୍ଷା

ସତ୍ୟ ଈଶ୍ୱର କିଏ ? ଯିହୋବା ନା ବାଲ୍‌ ?

ପାଠ ୪୭

ଯିହୋବା ଏଲୀୟଙ୍କୁ ସାହସ ଦେଲେ

ଆପଣଙ୍କୁ କʼଣ ଲାଗେ, କʼଣ ସେ ଆପଣଙ୍କୁ ମଧ୍ୟ ସାହସ ଦେଇପାରିବେ ?

ପାଠ ୪୮

ଜଣେ ବିଧବାଙ୍କ ପୁଅକୁ ପୁଣିଜୀବିତ କରାଗଲା

ଗୋଟିଏ ଘରେ ଦୁଇଟି ଚତ୍ମକାର !

ପାଠ ୪୯

ଜଣେ ଦୁଷ୍ଟ ରାଣୀକୁ ଦଣ୍ଡ ମିଳିଲା

ଈଷେବଲ୍‌, ନାବୋତ ନାମକ ଇସ୍ରାଏଲୀୟର ଅଙ୍ଗୁର କ୍ଷେତକୁ ଚୋରି କରିବା ପାଇଁ ଷଡ଼ଯନ୍ତ୍ର କରେ । ଯିହୋବା ତାʼର ଖରାପ କାମଗୁଡ଼ିକୁ ଏବଂ ଅନ୍ୟାୟକୁ ଅଣଦେଖା କରନ୍ତି ନାହିଁ ।

ପାଠ ୫୦

ଯିହୋବା ଯିହୋଶାଫଟ୍‌ଙ୍କୁ ରକ୍ଷା କଲେ

ଯେବେ ଯିହୁଦା ଦେଶକୁ ଶତ୍ରୁମାନଙ୍କଠାରୁ ବିପଦ ଥିଲା, ତେବେ ଭଲ ରାଜା ଯିହୋଶାଫଟ୍‌ ଈଶ୍ୱରଙ୍କୁ ସାହାଯ୍ୟ ପାଇଁ ପ୍ରାର୍ଥନା କଲେ ।