ଭାଗ ୨ରେ ଆପଣ କʼଣ ଶିଖିଲେ ?
ଯିଏ ଆପଣଙ୍କୁ ବାଇବଲ ଶିଖାଉଛନ୍ତି, ତାଙ୍କ ସହ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
୧. ଈଶ୍ୱର ମିଥ୍ୟା ଧର୍ମଗୁଡ଼ିକୁ କʼଣ କରିବେ ?
(ପାଠ ୧୩ ଦେଖନ୍ତୁ ।)
୨. ଯାତ୍ରା ପୁସ୍ତକ ୨୦:୪-୬ ପଢ଼ନ୍ତୁ ।
ମୂର୍ତ୍ତିଗୁଡ଼ିକର ଉପାସନା କଲେ ଯିହୋବାଙ୍କୁ କିପରି ଲାଗେ ?
(ପାଠ ୧୪ ଦେଖନ୍ତୁ ।)
୩. ଯୀଶୁ କିଏ ଅଟନ୍ତି ?
(ପାଠ ୧୫ ଦେଖନ୍ତୁ ।)
୪. ଯୀଶୁଙ୍କ କେଉଁ କେଉଁ ଗୁଣ ଆପଣଙ୍କୁ ସବୁଠୁ ଅଧିକ ଭଲ ଲାଗେ ?
(ପାଠ ୧୭ ଦେଖନ୍ତୁ ।)
୫. ଯୋହନ ୧୩:୩୪, ୩୫ ଓ ପ୍ରେରିତ ୫:୪୨ ପଢ଼ନ୍ତୁ ।
ଆଜି କେଉଁମାନେ ସତ୍ୟ ଖ୍ରୀଷ୍ଟିୟାନ ଅଟନ୍ତି ? କେଉଁ କେଉଁ କଥାରୁ ଜଣାପଡ଼େ ଯେ ସେମାନେ ସତ୍ୟ ଖ୍ରୀଷ୍ଟିୟାନ ଅଟନ୍ତି ?
୬. ମଣ୍ଡଳୀର ମୁଖିଆ କିଏ ଏବଂ ସେ କିପରି ମଣ୍ଡଳୀକୁ ମାର୍ଗଦର୍ଶନ ଦେଉଛନ୍ତି ?
(ପାଠ ୨୦ ଦେଖନ୍ତୁ ।)
୭. ମାଥିଉ ୨୪:୧୪ ପଢ଼ନ୍ତୁ ।
ଏହି ଭବିଷ୍ୟତବାଣୀ ଆଜି କିପରି ପୂରା ହେଉଛି ?
ଆପଣ ବାଇବଲରୁ ଯାହା ଶିଖିଛନ୍ତି, ତାହା କାହାକୁ କହୁଛନ୍ତି ?
୮. କʼଣ ବାପ୍ତିସ୍ମ ନେଲେ ଆମକୁ ଆଶିଷ ମିଳେ ? ଆପଣ ଏପରି କାହିଁକି କହିପାରିବେ ?
(ପାଠ ୨୩ ଦେଖନ୍ତୁ ।)
୯. ଶୟତାନ ଓ ତାʼର ଦୁଷ୍ଟ ସ୍ୱର୍ଗଦୂତମାନଙ୍କଠାରୁ ରକ୍ଷା ପାଇବା ପାଇଁ ଆପଣ କʼଣ କରିପାରିବେ ?
(ପାଠ ୨୪ ଦେଖନ୍ତୁ ।)
୧୦. ଈଶ୍ୱର ଆମକୁ କାହିଁକି ସୃଷ୍ଟି କରିଛନ୍ତି ?
(ପାଠ ୨୫ ଦେଖନ୍ତୁ ।)
୧୧. ଆମ ଉପରେ ଦୁଃଖକଷ୍ଟ କାହିଁକି ଆସେ ଏବଂ ଆମର ମୃତ୍ୟୁ କାହିଁକି ହୁଏ ?
(ପାଠ ୨୬ ଦେଖନ୍ତୁ ।)
୧୨. ଯୋହନ ୩:୧୬ ପଢ଼ନ୍ତୁ ।
ଯିହୋବା ଆମକୁ ପାପ ଓ ମୃତ୍ୟୁରୁ ରକ୍ଷା କରିବା ପାଇଁ କʼଣ କରିଛନ୍ତି ?
(ପାଠ ୨୭ ଦେଖନ୍ତୁ ।)
୧୩. ଉପଦେଶକ ୯:୫ ପଢ଼ନ୍ତୁ ।
ମୃତ୍ୟୁ ପରେ ଆମର କʼଣ ହୁଏ ?
ଆଜି ଯେଉଁ ଲକ୍ଷ ଲକ୍ଷ ଲୋକମାନଙ୍କର ମୃତ୍ୟୁ ହୋଇଯାଇଛି, ସେମାନଙ୍କ ପାଇଁ ଯୀଶୁ କʼଣ କରିବେ ?
୧୪. ଈଶ୍ୱରଙ୍କ ରାଜ୍ୟ କାହିଁକି ମଣିଷ ସରକାରଠାରୁ ଅଧିକ ଭଲ ?
୧୫. କʼଣ ଆପଣଙ୍କୁ ପୂରା ଭରସା ଯେ ଈଶ୍ୱରଙ୍କ ରାଜ୍ୟ ସ୍ୱର୍ଗରେ ଶାସନ କରିବା ଆରମ୍ଭ କରିଦେଇଛି ? ଆପଣ ଏପରି କାହିଁକି କହିପାରିବେ ? ଈଶ୍ୱରଙ୍କ ରାଜ୍ୟ କେବେଠାରୁ ଶାସନ କରିବା ଆରମ୍ଭ କଲା ?
(ପାଠ ୩୨ ଦେଖନ୍ତୁ ।)