ଅଧ୍ୟୟନ ପାଇଁ ବିଷୟ
ସମସ୍ୟା ସମୟରେ ବି ସାହସର ସହ କାମ କରନ୍ତୁ
ଯିରିମୀୟ ୩୮:୧-୧୩ ପଢ଼ନ୍ତୁ ଓ ଜାଣନ୍ତୁ ଯେ ଆପଣ ଭବିଷ୍ୟଦ୍ବକ୍ତା ଯିରିମୀୟ ଏବଂ ନପୁଂସକ ଏବଦ୍-ମେଲକ୍ଙ୍କଠାରୁ ସାହସର ସହ କାମ କରିବା ବିଷୟରେ କʼଣ ଶିଖିପାରିବେ ।
ଅଧିକ ଜାଣିବା ପାଇଁ ଆଖପାଖର ପଦଗୁଡ଼ିକ ପଢ଼ନ୍ତୁ । ଯିରିମୀୟ ଲୋକମାନଙ୍କୁ ଯିହୋବାଙ୍କ ସନ୍ଦେଶ ଶୁଣାଇବା ପାଇଁ କିପରି ସାହସର ସହ କାମ କଲେ ? (ଯିରି. ୨୭:୧୨-୧୪; ୨୮:୧୫-୧୭; ୩୭:୬-୧୦) ତାଙ୍କ ସନ୍ଦେଶ ଶୁଣି ଲୋକମାନେ କʼଣ କଲେ ।—ଯିରି. ୩୭:୧୫, ୧୬.
ଗଭୀର ଭାବେ ଅନୁସନ୍ଧାନ କରନ୍ତୁ । ଲୋକମାନେ ଯିରିମୀୟଙ୍କୁ କʼଣ କରିବା ପାଇଁ ଚାପ ପକାଉଥିଲେ । (ଯିରିମୀୟ-ହି ପୃ ୨୬-୨୭ ¶ ୨୦-୨୨; ସମ୍ପୂର୍ଣ୍ଣ ପବିତ୍ର ଶାସ୍ତ୍ର (ଯିରି-ମଲାଖି) (ହିନ୍ଦୀ) ପୃ ୩ ¶ ୧-୨) ପ୍ରାଚୀନ ସମୟର କୂପ ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ । (ଇନସାଇଟ୍-୧ ପୃ ୪୭୧) ଯେବେ ଯିରିମୀୟ କୂପ ଭିତରେ ଥିଲେ ଏବଂ ପଙ୍କରେ ଫସି ଯାଇଥିଲେ, ତେବେ ସେ କʼଣ ଭାବୁଥିବେ ? ଏବଦ୍-ମେଲକ୍ ହୁଏତ କେଉଁ କଥା ପାଇଁ ଡରିଯାʼନ୍ତେ ?—ସ.ପୁ-ରେଫରେନ୍ସ୧୭.୦୫-ହି ପୃ ୨ ¶୨-୩.
ଭାବନ୍ତୁ ଯେ ଆପଣ କʼଣ ଶିଖିଲେ । ନିଜକୁ ପଚାରନ୍ତୁ:
-
‘ଏହି ଘଟଣାରୁ କିପରି ଜଣାପଡ଼େ ଯେ ଯିହୋବା ନିଜ ବିଶ୍ୱସ୍ତ ସେବକମାନଙ୍କୁ ସୁରକ୍ଷା କରନ୍ତି ?’ (ଗୀତ. ୯୭:୧୦; ଯିରି. ୩୯:୧୫-୧୮)
-
‘ମୋତେ କେଉଁ ପରିସ୍ଥିତିରେ ସାହସର ସହ କାମ କରିବାକୁ ପଡ଼ିପାରେ ?’
-
‘ମୁଁ କିପରି ନିଜର ସାହସ ବଢ଼ାଇପାରିବି, ଯାହାଦ୍ୱାରା ଯେବେ କେହି ମୋତେ ଖରାପ କାମ କରିବା ପାଇଁ ଚାପ ପକାଇବେ ତେବେ ବି ମୁଁ ସଠିକ୍ କାମ କରିପାରିବି ?’ (ସର୍ବ୧୧-ଇଂ ୩/୧ ପୃ ୩୦) a
a ଅନୁସନ୍ଧାନ କରିବା ପାଇଁ ଆଉ କିଛି ବିଷୟ ଜୁଲାଇ ୨୦୨୩ ମସିହାର ପ୍ରହରୀଦୁର୍ଗରେ “ଅଧ୍ୟୟନ ପାଇଁ ପରାମର୍ଶ” ଭାଗରେ ଦିଆଯାଇଛି ।