इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରହରୀଦୁର୍ଗରେ ଆସୁଥିବା ଅନ୍ୟ ଲେଖା

ପ୍ରହରୀଦୁର୍ଗରେ ଆସୁଥିବା ଅନ୍ୟ ଲେଖା

ଅନେକ ପ୍ରଚାରକ ସଭାର ପ୍ରସ୍ତୁତି JW ଲାଇବ୍ରେରୀ ଆପ୍‌ରେ କରନ୍ତି । ସେମାନେ ଏଥିରେ ସହଜରେ ପ୍ରହରୀଦୁର୍ଗର ସେହି ଲେଖା ଖୋଲିପାରନ୍ତି, ଯାହାର ସପ୍ତାହର ଶେଷରେ ଅଧ୍ୟୟନ କରାଯାଏ । କିନ୍ତୁ ପ୍ରହରୀଦୁର୍ଗର ଅଧ୍ୟୟନ ସଂସ୍କରଣରେ ଅଧ୍ୟୟନ ଲେଖାଗୁଡ଼ିକ ସହ ଅନ୍ୟ ଲେଖା ବି ଆସେ । ଏଥିରେ ମଧ୍ୟ ବାଇବଲ ଆଧାରିତ ବଢ଼ିଆ ତଥ୍ୟ ଦିଆଯାଇଥାଏ । ଆପଣ ଏହି ଲେଖା JW ଲାଇବ୍ରେରୀ ଆପ୍‌ରେ କିପରି ଖୋଲିପାରିବେ ଓ ଏଗୁଡ଼ିକୁ ପଢ଼ିପାରିବେ ?

  • ପ୍ରହରୀଦୁର୍ଗର ପ୍ରତି ଅଧ୍ୟୟନ ଲେଖାର ଶେଷରେ “ଆହୁରି ପଢ଼ିବା ପାଇଁ” ନାମକ ଉପଶୀର୍ଷକ ଥାଏ । ତାʼତଳେ ଦିଆଯାଇଥିବା ଲିଙ୍କ “ଏହି ସଂଖ୍ୟାର ଅନ୍ୟ ଲେଖା” ଉପରେ କ୍ଲିକ୍‌ କରନ୍ତୁ । ତାʼପରେ ବିଷୟ ସୂଚୀ ଖୋଲିବ ଯେଉଁଥିରେ ଅଧ୍ୟୟନ ଲେଖାଗୁଡ଼ିକର ନାମ ଓ ନମ୍ବର ଦିଆଯାଇଥିବ । ତାʼଛଡ଼ା ସେହି ସୂଚୀରେ ଦିଆଯାଇଥିବା ଅନ୍ୟ ଲେଖା ପଢ଼ିବା ପାଇଁ ସେଗୁଡ଼ିକର ଶୀର୍ଷକ ଉପରେ କ୍ଲିକ୍‌ କରନ୍ତୁ ।

  • JW ଲାଇବ୍ରେରୀ ଆପ୍‌ର ମୁଖ୍ୟ ପେଜ୍‌ରେ (Home) “ନୂଆ କʼଣ ଅଛି” ଭାଗରେ ଯେବେ ଆପଣଙ୍କୁ ପ୍ରହରୀଦୁର୍ଗର କୌଣସି ନୂଆ ସଂଖ୍ୟା ଦେଖାଯାଏ, ତେବେ ତାହାକୁ ଡାଉନଲୋଡ୍‌ କରିନିଅନ୍ତୁ । ତାʼପରେ ତାହାକୁ ଖୋଲି ବିଷୟ ସୂଚୀକୁ ଦେଖନ୍ତୁ ଓ ଦେଖନ୍ତୁ ଯେ ସେଥିରେ କେଉଁ କେଉଁ ଲେଖା ଅଛି, ଯାହାଦ୍ୱାରା ଆପଣ ସବୁ ଲେଖାକୁ ପଢ଼ିପାରିବେ ।