ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ପ୍ରେମ ସତ୍ୟ ଖ୍ରୀଷ୍ଟିୟାନମାନଙ୍କର ପରିଚୟ—ସତ୍ୟରେ ଆନନ୍ଦିତ ହୁଅନ୍ତୁ
ଏହା କାହିଁକି ମହତ୍ତ୍ୱପୂର୍ଣ୍ଣ: ଆମେ ଯୀଶୁଙ୍କ ଭଳି ଅନ୍ୟମାନଙ୍କୁ ଈଶ୍ୱରଙ୍କ ବିଷୟରେ ସତ୍ୟ ଜଣାଇବା ଉଚିତ୍ । (ଯୋହ ୧୮:୩୭) ଯଦିଓ ସଂସାରରେ ମିଥ୍ୟା ଏବଂ ଦୁଷ୍ଟତା ଭରି ରହିଛି, ଆମେ ସତ୍ୟରେ ଆନନ୍ଦ କରିବା ଉଚିତ୍, ସତ କହିବା ଉଚିତ୍ ଏବଂ ସତ କଥାଗୁଡ଼ିକ ପ୍ରତି ଧ୍ୟାନ ଦେବା ଉଚିତ୍ ।—୧କରି ୧୩:୬; ଫିଲିପ୍ ୪:୮.
ଏହା କିପରି କରିପାରିବା:
-
ହାନିକାରକ କଥାଗୁଡ଼ିକୁ ଶୁଣନ୍ତୁ ନାହିଁ କି ଅନ୍ୟକୁ ଶୁଣାନ୍ତୁ ନାହିଁ ।—୧ଥେସ ୪:୧୧
-
ଅନ୍ୟମାନଙ୍କର ଖରାପ ଅବସ୍ଥା ଦେଖି ଖୁସି ହୁଅନ୍ତୁ ନାହିଁ
-
ସର୍ବଦା ଉତ୍ସାହ ବଢ଼ାଉଥିବା ବିଷୟଗୁଡ଼ିକରେ ଖୁସି ହୁଅନ୍ତୁ
‘ପରସ୍ପରକୁ ପ୍ରେମ କରନ୍ତୁ’—ସତ୍ୟରେ ଆନନ୍ଦିତ ହୁଅନ୍ତୁ, ଅଧର୍ମରେ ନୁହଁ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ଏବଂ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଅଲକା କିପରି “ଅର୍ଧମରେ ଆନନ୍ଦ” କରୁଥିଲେ?
-
ଆଲିଆ କଥାବାର୍ତ୍ତାକୁ କିପରି ଭଲ ବିଷୟ ଆଡ଼କୁ ନେଇଗଲେ?
-
ଆମେ କେଉଁ ଭଲ ବିଷୟଗୁଡ଼ିକ ଉପରେ ଅନ୍ୟମାନଙ୍କ ସହ କଥା ହୋଇପାରିବା?