इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୧୩୦

କ୍ଷମା କରିବା

କ୍ଷମା କରିବା

(ଗୀତସଂହିତା ୮୬:୫)

  1. ୧. ଆମ ପ୍ରେମୀ ପିତା,

    ଦେବେ ଆମକୁ ରକ୍ଷା ।

    ପାପ ଓ ମୃତ୍ୟୁ ଦୋଷରୁ

    ନିଜ ପ୍ରିୟ ପୁତ୍ରରୁ

    ପଶ୍ଚାତାପ୍‌ ଯେବେ କରିବା,

    କ୍ଷମା ଦେବେ ଯିହୋବା ।

    ଯୀଶୁଙ୍କ ବଳିଦାନରୁ,

    ଦୟା ମିଳେ ପାପରୁ ।

  2. ୨. ପ୍ରେମ ଦେଖାଇବା,

    ପୁତ୍ରଙ୍କ ପରି ହେବା ।

    କ୍ଷମା ଦେବା ମନ ଖୋଲି,

    ଭୁଲ୍‌ କଲେ ଆମ ଭାଇ ।

    ଧରିବା ଧୈର୍ଯ୍ୟର ଗୁଣ,

    ନ ଚାହିଲେ ବି ମନ ।

    କରିବା ଯଦି ଏପରି,

    ଦୟା ମିଳେ ସେପରି ।

  3. ୩. ପ୍ରେମର ସାଗର,

    ଆମ ପରମେଶ୍ୱର ।

    ତାଙ୍କର ଯେମିତି ହେବା,

    ମନରୁ କ୍ଷମା ଦେବା ।

    କାହା ପାଇଁ ଦୋଷ ଥିଲେ,

    ସହିବା ସବୁ ଆମେ ।

    ବଢ଼ାଇବା ହୃଦୟରୁ,

    କୃପା-ଦୟା ଗୁଣକୁ ।