କʼଣ ଆପଣ କେବେ ଭାବିଛନ୍ତି ?
ଯଦି ଈଶ୍ୱର ଆମକୁ ଭଲ ପାଆନ୍ତୁ, ତାହେଲେ ସେ କାହିଁକି ହଜାର ହଜାର ବର୍ଷରୁ ଦୁଷ୍ଟତା ଓ ଦୁଃଖକଷ୍ଟକୁ ରହିବାକୁ ଦେଇଛନ୍ତି ?
ଆମେ କିପରି ଭରସା କରିପାରିବା ଯେ ଦିନେ ଦୁଷ୍ଟତା ଶେଷ ହୋଇଯିବ ?
ଆମେ କିପରି ଜାଣୁ ଯେ ବାଇବଲରେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଯାହା ବି ଲେଖାହୋଇଛି, ତାହା ନିଶ୍ଚୟ ପୂରା ହେବ ?
କʼଣ ବାଇବଲର ପରାମର୍ଶକୁ ମାନିଲେ ମୋତେ କୌଣସି ଲାଭ ହେବ ?
ଆମ ସୃଷ୍ଟିକର୍ତ୍ତା ଆମକୁ ପ୍ରେମ କରନ୍ତି । ସେଥିପାଇଁ ସେ ବାଇବଲରେ ଏହିସବୁ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଛନ୍ତି । ଏବିଷୟରେ ଆପଣ ଆମ ୱେବସାଇଟ୍ www.jw.orgରେ ଯାଇ ପଢ଼ିପାରିବେ । ଏହି ୱେବସାଇଟ୍ରେ ବାଇବଲର ଶିକ୍ଷାଗୁଡ଼ିକ ମିଳେ ।
ଏହି ୱେବସାଇଟ୍ରେ ଅନେକ ଲେଖା, ଅଡିଓ ରେକର୍ଡିଙ୍ଗ୍, ଭିଡିଓ, ଇଣ୍ଟରଭ୍ୟୁ, ଅଭ୍ୟାସ, ବହିପତ୍ରିକା ଓ ବାଇବଲ ଉପଲବ୍ଧ ଅଛି । ଏଠାରେ ସବୁକିଛି ମାଗଣାରେ ମିଳେ ଆଉ ଆପଣଙ୍କୁ କୌଣସି କଥା ପାଇଁ ବାଧ୍ୟ କରାଯିବ ନାହିଁ ।